ମୁଖ୍ୟ ଖବର

ଉଲଗ୍ନ ହୋଇ ଚୋରି କରୁଛି ଚୋର, ସିସି କ୍ୟାମେରାରେ କଏଦ ହେଲା ପୂରା ଦୃଶ୍ୟ

By Angul TV Bureau

September 24, 2023

ଅନୁଗୁଳ: ଅନୁଗୁଳରେ ଉଲଗ୍ନ ହୋଇ ଚୋରି କରୁଛି ଚୋର। ସିସି କ୍ୟାମେରାରେ କଏଦ ହୋଇଛି ପୂରା ଦୃଶ୍ୟ। ଅନୁଗୁଳ ଟାଉନ ଫାଣ୍ଡି ଠାରୁ ମାତ୍ର ୨୦ ମିଟର ଦୂରରେ ଚୋର ଏକ ଓମଫେଡ ଦୋକାନରୁ ଚୋରି କରିଛି।

ସୂଚନାଯୋଗ୍ୟ ଯେ ଅନୁଗୁଳ ସହର କେନ୍ଦ୍ରସ୍ଥଳ ରାଜା ଛକରୁ ଚୋରି ହୋଇଛି। ଏଠାରେ ଥିବା ଓମଫେଡ୍ ଦୋକାନ ପଛପଟେ ଲାଗିଥିବା ଏକ ଏକଜଷ୍ଟ ଫ୍ୟାନକୁ ତାଡି ଦୋକାନରେ ପଶି ଟଙ୍କା ସବୁକୁ ଚୋରି କରିଛି, ଯାହାର ଭିଡିଓ ଦୋକାନରେ ଲାଗିଥିବା ସିସି କ୍ୟାମେରାରେ କଏଦ ହୋଇଥିଲା। ଚୋର ଜଣକ ଉଲଗ୍ନ ହୋଇ ଦୋକାନ ଭିତରେ ପଶି ଉଲଗ୍ନ ଅବସ୍ଥାରେ ଚୋରି କରିଛି। ଆଉ ଦୋକାନ କ୍ୟାସ ବକ୍ସରେ ଥ‌ିବା କେବଳ ନୋଟ ସବୁ ଚୋରି ହୋଇଥିବା ବେଳେ ଖୁଚୁରା ପଇସା ସବୁ ଛାଡ଼ି ଦେଇଛି। ଏ ନେଇ ଦୋକାନ ମାଲିକ ଅନୁଗୁଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।