ଅନ୍ୟାନ୍ୟ

ଆନନ୍ଦ ମାର୍ଗ ତରଫରୁ ତ୍ରିଦିବସୀୟ ସେମିନାର ଓ ଯୋଗ ଶିବିର ଉଦଘାଟିତ

By Biswaranjan Pattnaik

July 14, 2023

ଅନୁଗୁଳ: ଆନନ୍ଦ ମାର୍ଗ ପ୍ରଚାରକ ସଙ୍ଘ ତରଫରୁ ତ୍ରି ଦିବସୀୟ ସେମିନାର ତଥା ଯୋଗ ପ୍ରଶିକ୍ଷଣ ଶିବିର ଅନୁଗୁଳ ସ୍ଥିତ ଏଞ୍ଜେଲ ବିଙ୍ଗ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ହେଉଛି। ଏଥିରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଆଚାର୍ଯ୍ୟ ପ୍ରିୟ ତୋସାନନ୍ଦ ଅବଧୁତ ଯୋଗ ଦେଇ ଉଦଘାଟନ କରିଥିଲେ। ମଞ୍ଚରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ରିଜିଓନାଲ ସେକ୍ରେଟାରୀ ନବ ରୁଣାଆନନ୍ଦ ଅବଧୁତ, ଆନନ୍ଦ ପ୍ରଭା ଅବଧୁତିକା ଯୋଗ ଦେଇଥିଲେ। ପ୍ରଫେସର ଦିବ୍ୟ ସୁନ୍ଦର ଗଡ଼ନାୟକ ସଭାପତିତ୍ବ କରିଥିଲେ। ଦେବଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶରତ ଚନ୍ଦ୍ର ସେଠ ଅତିଥି ପରିଚୟ ପ୍ରଦାନ, ହାଇକୋର୍ଟ ଆଇନଜୀବୀ ପ୍ରଣବ ପଶାୟତ ମଞ୍ଚ ପରିଚାଳନା କରିଥିଲେ।

ଆଜିର କ୍ଲାସ ରେ ମୁଖ୍ୟ ପ୍ରଶିକ୍ଷକ କହିଥିଲେ ଯେ,୭୦୦୦ ବର୍ଷ ପୂର୍ବରୁ ବ୍ରହ୍ମ କୋଟିର ସଦା ଶିବ ଏବଂ ୩୫୦୦ ବର୍ଷ ପୂର୍ବରୁ ଶ୍ରୀ କୃଷ୍ଣ ଆସି ସମାଜରେ କଲ୍ୟାଣ କରିଥିଲେ। ଵର୍ତମାନ ଯୁଗରେ ୩୫୦୦ ବର୍ଷ ପରେ ବ୍ରହ୍ମ କୋଟି ଗୁରୁ ଶ୍ରୀ ଶ୍ରୀ ଆନନ୍ଦ ମୂର୍ତ୍ତୀ ଓରଫ ପ୍ରଭାତ ରଞ୍ଜନ ସରକାର ତାରକ ବ୍ରହ୍ମ ରୂପରେ ଆସିଛନ୍ତି. ଈଶ୍ୱର କେନ୍ଦ୍ରିକ ଦର୍ଶନଉପରେ ଆଲୋକ ପାତ କରିଥିଲେ। ଓଡିଶାର ୯ ଜିଲ୍ଲାରୁ ଆସିଥିବା ସଭ୍ୟ ସଭ୍ୟା ବଳରାମ ମୁଗୁରି, ରବିକାନ୍ତ ପଣ୍ଡିତ, ଦିଲୀପ କୁମାର ପଣ୍ଡା, ସରୋଜ ପଟ୍ଟନାୟକ, ମନୋଜ, ଆନନ୍ଦ ଅଦ୍ଵେୟା ଅବଧୁତିକା ପ୍ରମୁଖ ସକ୍ରିୟ ଯୋଗଦାନ କରିଥିଲେ।