ଅନ୍ୟାନ୍ୟ

ଅକ୍ଷୟଙ୍କ ପୁଣ୍ୟ ତିଥିରେ ପ୍ରଶଂସକ ଦେଲେ ଶ୍ରଦ୍ଧାଞ୍ଜଳି

By Biswaranjan Pattnaik

November 17, 2023

ଅନୁଗୁଳ: ବିଶିଷ୍ଟ କଣ୍ଠଶିଳ୍ପୀ,ସଙ୍ଗୀତ ନିର୍ଦ୍ଦେଶକ,ଗାଳ୍ପିକ ଅକ୍ଷୟ ମହାନ୍ତିଙ୍କ ପୁଣ୍ୟତିଥିରେ ତାଙ୍କର ଶତାଧିକ ପ୍ରଶଂସକ ବାଢ଼ିଥିଲେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅକ୍ଷୟ ସଙ୍ଗୀତ ଚର୍ଚ୍ଚା ଓ ଅକ୍ଷୟଙ୍କ ଗୀତ ଗାଇ ଶ୍ରୋତାଙ୍କୁ ବିଭୋର କରିଥିଲେ କଣ୍ଠଶିଳ୍ପୀ ମାନେ। ସ୍ଥାନୀୟ ଧର୍ମଶାଳାରେ ଆୟୋଜିତ ଏହି ସମାରୋହକୁ ତିନି ଜଣ କୁନି ଅକ୍ଷୟ ଫ୍ୟାନ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ।ସେମାନେ ହେଲେ ଦିବ୍ୟାଂଶି,ଶିବାଂଶି ଓ ଚନ୍ଦ୍ରଶେଖର। ଆରମ୍ଭରେ ଗାଳ୍ପିକ ସତ୍ୟ ସୁନ୍ଦର୍ ଓ ବରିଷ୍ଠ କବୟିତ୍ରୀ ଇନ୍ଦିରା ଦାସ ଅକ୍ଷୟଙ୍କ ସାମଗ୍ରିକ କୃତି ଉପରେ ଆଲୋକପାତ କରିଥିଲେ।ଏହାପରେ କୃଷ୍ଣଚନ୍ଦ୍ର ସେଠୀ,ଜୟନ୍ତି ଅଳକା ନନ୍ଦା,ମୌସୁମୀ ଦାସ,ବିଶ୍ୱଜିତ୍ ଦାସ,ଅମରେନ୍ଦ୍ର ଜେନା,ଅତିଥି ସ୍ୱାଇଁ, ଦେବବର୍ମଣି ମହାପାତ୍ର ପ୍ରମୁଖ ଅକ୍ଷୟଙ୍କ ଅନେକ ଅମର ସଙ୍ଗୀତ ଗାଇ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।ଚାହିଁଥିଲି ଜିଇଁ ବାକୁ ହଜାରେ ବରଷ,କିଛି ଲୁହ ପୋଛାହୁଏ,ଏ ଫଗୁଣ ଗଲାପରେ,ଏ ମିଳନ କାହାଣୀ ଆମ ଜୀବନର,ନିଶି ବିଜନେ ଆଦି ଗୀତ ଗୁଡ଼ିକ ଶ୍ରୋତାଙ୍କୁ ବାନ୍ଧି ରଖିଥିଲା। ସୁଧିରେନ୍ଦ୍ର ପରିଜାଙ୍କଙ୍କ ସଂଯୋଜନାରେ ଆୟୋଜିତ ଏହି ଅକ୍ଷୟ ସଙ୍ଗୀତ ଚର୍ଚ୍ଚାକୁ ଶତାଧିକ ଫ୍ୟାନ ବେଶ୍ ଉପଭୋଗ କରିଥିଲେ ।