ଘଟଣା ଓ ଦୁର୍ଘଟଣା

ନିଆଁ ଲାଗି ଦୁଇ ବଖରା ଘର ଜଳିଗଲା

By Angul TV Bureau

December 04, 2025

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ସାପଘରା ପଂଚାୟତ ଖମାର ଗ୍ରାମର ସୁଲେଇ କୁଦେଇଙ୍କ ଘରେ ଅଚାନକ ନିଆଁ ଲାଗି ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡି ହୋଇଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି। ଖବର ପାଇ ପାଇକସାହି ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ସରକାରଙ୍କ ପକ୍ଷରୁ ଯାହା ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି।