ଅନୁଗୁଳ: ସ୍ଥାନୀୟ ୟୁକୋ ଆର.ସେ.ଟି ଠାରେ ୩୫ ଜଣ ମହିଳା ଏବଂ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୩୦ ଦିନିଆ ବିୟୁଟି ପାର୍ଲର ପରିଚାଳନା ତାଲିମ ଶିବିର ଉଦଘାଟିତ ହୋଇଛି। ଅନୁଷ୍ଠାନର ନିର୍ଦ୍ଦେଶିକା ଅର୍ଚ୍ଚନା ଦେହୁରୀ, ଅଗ୍ରଣୀ ବ୍ୟାଙ୍କ ଜିଲ୍ଲା ପରିଚାଳକ ସଂଜୀବ କୁମାର ନାୟକ ଏବଂ ପି.ଏମ (ଜୀବିକା) ଜିଲ୍ଲା ପରିଷଦ ନିରଜ ଶର୍ମା ପ୍ରଦୀପ ପ୍ରଜ୍ୱଳନ କରି ଏହି ଶିବିରକୁ ଉଦଘାଟନ କରିଥିଲେ। ଏ ଅବସରରେ ପ୍ରଶିକ୍ଷାର୍ଥୀଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଅତିଥି ପରାମର୍ଶ ଦେଇଥିଲେ। ତାଲିମ ପରେ ବ୍ୟବସାୟ କରିବା ପାଇଁ ଆଗ୍ରହୀ ପ୍ରଶିକ୍ଷାର୍ଥୀମାନେ ବ୍ୟାଙ୍କରୁ ଆର୍ଥିକ ସହାୟତା ନେଇ ପାରିବେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ତାଲିମଧାରୀଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲେ।