ଅନ୍ୟାନ୍ୟ

ନବ ନିଯୁକ୍ତ ଟାମଡ଼ା ଅଧ୍ୟକ୍ଷ ମୀନକେତନ ଅମାନ୍ତଙ୍କୁ ନେପୁ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

By Angul TV Bureau

November 21, 2023

ନାଲକୋ ନଗର: ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲ୍ଟର ପ୍ଲାଣ୍ଟର ଅଗ୍ରଣୀ ଏଚ.ଏମ.ଏସ ସହବନ୍ଧିତ ‘ନାଲକୋ ପ୍ରୋଗ୍ରେସିଭ ଏମ୍ପ୍ଲୋଇଜ ୟୁନିୟନ’ (ନେପୁ) ପକ୍ଷରୁ ନବ ନିଯୁକ୍ତ ଟାମଡ଼ା ଅଧ୍ୟକ୍ଷ ମୀନକେତନ ଅମାନ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀ ଅମାନ୍ତାଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି। ଏଣୁ ସଙ୍ଗଠନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଶ୍ରୀ ଅମାନ୍ତ ଜଣେ ସୁସଙ୍ଗଠକ ଏବଂ ନେପୁ ଶ୍ରମିକ ସଂଗଠନର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ସେ ରାଜ୍ୟ ଗ୍ରାମ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ସ୍ବାଗତ ସମ୍ବର୍ଦ୍ଧନା ବେଳେ ସଂଘର ସମ୍ପାଦକ ବୈରାଗୀ ସେଠ, ପ୍ରଫୁଲ୍ଲ କୁମାର ସାହୁ, ବଳରାମ ପ୍ରଧାନଙ୍କ ସମେତ ୟୁନିୟନ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।