ମୁଖ୍ୟ ଖବର

ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

By Angul TV Bureau

August 13, 2021

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣକରିଛି। ସୂଚନା ମୁତାବକ op, କିଶୋରନଗର ଥାନା ଅନ୍ତର୍ଗତ ତୁରୁଡ଼ା ଗାଁର ପ୍ରଜା ରଞ୍ଜନ ରାଉଳ(୨୬) ନାବାଳିକାଙ୍କୁ ପ୍ରେମଜାଲରେ ଫସାଇ ଗତ ୯ ତାରିଖରେ ଅପହରଣକରି ନେଇଥିଲେ। ଏ ନେଇ ନାବାଳିକାଙ୍କ ମା’ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ପୁଲିସ ଭବାନିପାଟଣାରୁ ନାବାଳିକାଙ୍କୁ ଉଦ୍ଧାର କରିବାସହ ଯୁବକଙ୍କୁ ଗିରଫ କରିଥିଲେ। ଉଭୟଙ୍କ ଡାକ୍ତରୀ ପରୀକ୍ଷା କରିବାପରେ ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି।