ଅନୁଗୁଳ: ଆଣ୍ଟିଜେନ କିଟ୍ ମାଧ୍ୟମରେ ବାହାରେ କୋଭିଡ ପରୀକ୍ଷା କରୁଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ତାଙ୍କ ପାଖରୁ କିଛି ଆଣ୍ଟିଜେନ କିଟ୍ କବତ କରାଯାଇଛି। ଗିରଫ ଯୁବକ ଜଣଙ୍କ ହେଲେ ତୁରଙ୍ଗ ଗାଁର ସାଗର ପ୍ରଧାନ(୨୩ବର୍ଷ)। ପୁଲିସ ସୂଚନା ଅନୁସାରେ, କୋଭିଡ୍ ପରୀକ୍ଷା ପାଇଁ ବ୍ୟବହାର କରାଯାଉଥିବା ଆଣ୍ଟିଜେନ କିଟ୍ ଜରିଆରେ ସେ ଲୋକଙ୍କର କୋଭିଡ୍ ପରୀକ୍ଷା କରାଉଥିଲେ। ବିନା ଅନୁମତିରେ ସେ ଏହି ପରୀକ୍ଷା କରୁଥିଲାବେଳେ ଏଥିନେଇ ପୁଲିସ ପାଖରେ ଖବର ପହଞ୍ଚିଥିଲା। ପୁଲିସ ତାଙ୍କୁ ଗିରଫ କରି ତାଙ୍କ ପାଖରୁ କିଟ୍ ଜବତ କରିଛି। କେଉଁଠୁ ସେ ଏହି କିଟ୍ ଆଣୁଥିଲେ ଓ କିଏ ତାଙ୍କୁ ଏଥିରେ ସହଯୋଗ କରୁଥିଲେ ପୁଲିସ ତା’ର ଖୋଳତାଡ ଆରମ୍ଭ କରିଛି।