ଘଟଣା ଓ ଦୁର୍ଘଟଣା

ବଜ୍ରାଘାତରେ ଯୁବକ ମୃତ

By Sanjeeb Biswal

August 31, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ମାଛକୁଟା ଗ୍ରାମରେ ବିଲକୁ ଚାଷ କରିବାକୁ ଯାଇଥିବା ବେଳେ ବଜ୍ରାଘାତରେ ପୁଅ ମୃତ, ବାପା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତକ ଯୁବକ ସେହି ଗାଁର ବିଜୟ ସାହୁଙ୍କ ପୁଅ ଲୋଟନ୍ ସାହୁ(୨୪) । ସୂଚନା ମୁତାବକ, ମଙ୍ଗଳବାର ସକାଳେ ବିଜୟ ବିଲକୁ ହଳକରିବାକୁ ଯାଇଥିବା ବେଳେ ପୁଅ ଲୋଟନ୍ ୮ଟା ବେଳେ ତାଙ୍କ ପାଇଁ ଖାଇବା ନେଇ ଯାଉଥିଲେ ସେହି ସମୟରେ ଝିପିଝିପି ବର୍ଷା ସହ ବଜ୍ରାଘାତ ହୋଇଥିଲା ।ଫଳରେ ବଜ୍ରାଘାତରେ ଲୋଟନ୍ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଛେଣ୍ତିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି।