ମୁଖ୍ୟ ଖବର

ଅନୁଗୁଳରେ ଆଦି କର୍ମଯୋଗୀ ଅଭିଯାନ କର୍ମଶାଳା

By Angul TV Bureau

September 05, 2025

ଅନୁଗୁଳ: “ଧରତୀ ଆଵା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ”ର ଅଂଶ ଭାବେ ଅନୁଗୁଳ ଜିଲ୍ଲାରେ “ଆଦି କର୍ମଯୋଗୀ ଅଭିଯାନ” ପାଇଁ ୩ ଦିନିଆ ଜିଲ୍ଲାସ୍ତରୀୟ କର୍ମଶାଳା ଆରମ୍ଭ ହୋଇଛି।୦୪.୦୯.୨୦୨୫ରୁ ୦୬.୦୯.୨୦୨୫ ପର୍ଯ୍ୟନ୍ତ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହାନ୍ତି କରିଛନ୍ତି।

ଏହି ଅଭିଯାନରେ ୭ଟି ବ୍ଲକର ୫୯ଟି ଜନଜାତୀୟ ଗ୍ରାମ ସାମିଲ ହୋଇଛି। କର୍ମଶାଳାରେ ବ୍ଲକସ୍ତରୀୟ ପ୍ରଶିକ୍ଷକଙ୍କୁ ଜନଜାତୀୟ ଗ୍ରାମର ବିକାଶ ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଜିଲ୍ଲା ମଙ୍ଗଳ ଅଧିକାରୀ, ପାଲଲହଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଏଥିରେ ଯୋଗ ଦେଇଛନ୍ତି।