ଅନ୍ୟାନ୍ୟ

ଠାକୁରଗଡ଼ ଗଣେଶ ପୂଜାରେ ଆଜ୍ଞାଲଡୁ ୫୪ ହଜାର ଟଙ୍କାରେ ନିଲାମ

By Angul TV Bureau

September 02, 2025

ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଗଣେଶ ବଜାର ପୂଜା କମିଟି ପକ୍ଷରୁ ଧୂମଧାମରେ ଅଗ୍ରପୂଜ୍ୟଙ୍କ ପୂଜା ଅନୁଷ୍ଠିତ ହୋଇଛି। ପ୍ରତିବର୍ଷର ପରି ଏବର୍ଷ ମଧ୍ୟ ସଭାପତି ଶୁଭକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ପୂଜା ପରେ ପ୍ରଭୁଙ୍କ ଆଜ୍ଞା ଲଡୁ ନିଲାମ କରାଯାଇଥିଲା।

ନିଲାମ ପ୍ରକ୍ରିୟାରେ ସଭାପତି ୧୫,୫୩୩ ଟଙ୍କା  ମୂଲ୍ୟ ଧାର୍ଯ୍ୟ କରିବା ପରେ, କୃତିବାସପୁର ପଞ୍ଚାୟତର ଯୁବ ବ୍ୟବସାୟୀ ସିଦ୍ଧାର୍ଥ ସାହୁ ସର୍ବାଧିକ ୫୪,୦୦୦ ଟଙ୍କାରେ ନିଲାମ ଆଜ୍ଞାଲଡ଼ୁ ବିଜେତା ହୋଇଥିଲେ।

ଏହି ଅବସରରେ ଆଠମଲ୍ଲିକ ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, ଠାକୁରଗଡ଼ ଥାନା ଆଇଆଇସି ଶଶିଭୂଷଣ ବେହେରା, ଗ୍ରାମ୍ୟ କମିଟି ସଭାପତି ଯୋଗେଶ୍ୱର ସାହୁ, ଦୁର୍ଗା ବଜାର କମିଟି ପକ୍ଷରୁ ଅନିଲ କୁମାର ସାହୁ ଓ ଚନ୍ଦନ ସାହୁ ଅତିଥି ଭାବେ ଯୋଗଦେଇଥିଲେ।

ପୂଜା କମିଟି ସମ୍ପାଦକ କିଶୋର ସାହୁ ସହିତ ସମସ୍ତ ସଦସ୍ୟ ନିଲାମରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର  ସଞ୍ଚାଳନ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଦିବାକର ପ୍ରଧାନ ଓ ରାକେଶ ରୋଷନ କରିଥିଲେ।