ଅନ୍ୟାନ୍ୟ

ଅଲେଖପୁର ‘ଆମ ଅଙ୍ଗନବାଡି କେନ୍ଦ୍ର’ର ନୂତନ ଗୃହ ଉଦ୍ଘାଟିତ

By Angul TV Bureau

July 10, 2026

ଅନୁଗୋଳ: ଆଠମଲ୍ଲିକ ଉପଖଣ୍ଡ ଠାକୁରଗଡ଼ ପଞ୍ଚାୟତ ଅନ୍ତର୍ଗତ ଅଲେଖପୁର ଗ୍ରାମରେ ‘ଆମ ଅଙ୍ଗନବାଡି କେନ୍ଦ୍ର’ର ନୂତନ ଗୃହର ଶୁଭ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରୀତିନୀତି ଅନୁସାରେ ପୂଜକ କେଶବ ଚନ୍ଦ୍ର ଶତପଥୀ ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ସୁଶାନ୍ତ କୁମାର ପ୍ରଧାନ ସମସ୍ତ ଧାର୍ମିକ କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଠାକୁରଗଡ଼ ପଞ୍ଚାୟତର ସରପଞ୍ଚ ଚାରୁଲତା ମିଶ୍ର ଯୋଗଦେଇ ଫିତା କାଟି ନୂତନ ଗୃହର ଶୁଭ ଉଦ୍ଘାଟନ କରିଥିଲେ। ଅଙ୍ଗନବାଡି ୱାର୍କର ସୁବାସିନୀ ପ୍ରଧାନଙ୍କ ନେତୃତ୍ୱରେ ଏବଂ ହେଲପର୍ ସୁଶୀଳା ପ୍ରଧାନଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ସମାଜସେବୀ ସନ୍ତୋଷ କୁମାର ସାହୁ, ପଞ୍ଚାୟତର ୬ ଟି ଅଙ୍ଗନବାଡି କେନ୍ଦ୍ରର ୱାର୍କର୍, ଆଶା କର୍ମୀ, ମେଡିକାଲ କର୍ମଚାରୀଙ୍କ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ଅଙ୍ଗନବାଡି କେନ୍ଦ୍ରର ଛୋଟ ଛୋଟ ପିଲାମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲା।