ଅନ୍ୟାନ୍ୟ

‘ଆମ ପୁରାଣ ଆମ ସଂସ୍କୃତି ପରିବାର’ରେ ଯୋଗ ଦେଲେ ନୂଆ ସଦସ୍ୟ, ବିଭୂତି ଭୂଷଣ ସାହୁ ହେଲେ ସଭାପତି

By Angul TV Bureau

June 26, 2022

ଅନୁଗୁଳ: ତାଳଚେରର ସାଂସ୍କୃତିକ ଅନୁଷ୍ଠାନ ‘ଆମ ପୁରାଣ ଆମ ସଂସ୍କୃତି ପରିବାର’ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଏ ଅବସରରେ ନୂତନ କର୍ମକର୍ତ୍ତା ଚୟନ ସହ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା।

ଅନୁଷ୍ଠାନର ପ୍ରତିଷ୍ଠାତା ମାନସ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସର୍ବସମ୍ମତି କ୍ରମେ ସଭାପତି ଭାବରେ ବିଭୂତି ଭୂଷଣ ସାହୁ, ଉପସଭାପତି ରୂପେ ଅରୁଣ କୁମାର ଗଡ଼ନାୟକ ଓ ସଂଚାଳକ ରୂପେ ଦିଲ୍ଲୀପ କୁମାର ଦାସଙ୍କୁ ମନୋନୀତ କରାଯାଇଛି। ସେହିପରି ଅନୁଷ୍ଠାନର ସମ୍ପାଦକ ଭାବେ ହେମନ୍ତ ଦାସ, ସହ ସଂପାଦକ ଯୋଗେନ୍ଦ୍ର ବିଶ୍ବାଳ, ସଙ୍ଗଠନ ସମ୍ପାଦକ ବାମଦେବ ସେଠ, ସାଂସ୍କୃତିକ ସମ୍ପାଦକ ତ୍ରିପୁର ଜେନା, ସଂଯୋଜକ ସମ୍ପାଦକ ସନାତନ ନାଏକ, କୋଷାଧ୍ୟକ୍ଷା ଭାବରେ ସଂଯୁକ୍ତା ସାହୁ, ମାର୍ଗଦର୍ଶକ ଭାବରେ ଗୌତମ ନାଏକ, ଶାନ୍ତିଲତା ରଥଙ୍କ ସହ ମୁଖ୍ୟ ଉପଦେଷ୍ଟା ଭାବରେ ବିପିନ ପ୍ରଧାନ, ଉପଦେଷ୍ଟା ଭାବରେ ରାହାସ ଚନ୍ଦ୍ର ବିଶ୍ବାଳ, ତ୍ରିନାଥ ଗଡ଼ନାୟକ, ତ୍ରେତାନନ୍ଦ ସାମନ୍ତ, ମାର୍କଣ୍ଡ ଦାସଙ୍କୁ ମନୋନୀତ କରାଯାଇଛି। ଶେଷରେ ପ୍ରକାଶିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।