ମୁଖ୍ୟ ଖବର

‘ଆମ ପ୍ରତିଭା ଆମ ସ୍ବାଭିମାନ’ର ନିଆରା ପ୍ରୟାସ: ମାଟ୍ରିକ ଏ-୧ ଛାତ୍ରଛାତ୍ରୀଙ୍କୁ କଲା ସମ୍ବର୍ଦ୍ଧିତ

By Biswaranjan Pattnaik

May 11, 2025

ଅନୁଗୁଳ: ଅନୁଗୁଳର ସାମାଜିକ ଅନୁଷ୍ଠାନ ‘ଆମ ପ୍ରତିଭା ଆମ ସ୍ବାଭିମାନ’ ପକ୍ଷରୁ ପୌରପାଳିକା ଟାଉନ୍ ହଲ୍ ଠାରେ ମାଟ୍ରିକ ଏ-୧ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି। ପୂର୍ବତନ ସାଂସଦ ମହେଶ ସାହୁଙ୍କ ମାନସ ସନ୍ତାନ ଭାବେ ୨୦୧୯ ମସିହାରେ ଗଢ଼ି ଉଠିଥିବା ଏହି ସଂସ୍ଥା ଚଳିତ ବର୍ଷ ଦଶମ ବୋର୍ଡରେ A1 ଗ୍ରେଡ ପାଇଥିବା ୫୮ ଜଣଙ୍କୁ ସମ୍ବର୍ଦ୍ଧିତ କରିଥିଲା।

ମୁଖ୍ୟ ଅତିଥି ଭାବରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରାଶାସନିକ ଅଧିକାରୀ ତଥା ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଅଧ୍ୟକ୍ଷ ଧରଣୀଧର ନାଥ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ପୌର ପରିଷଦର ଅଧ୍ୟକ୍ଷ ତଥା ସଙ୍ଗଠନର ସଭାପତି ଅକ୍ଷୟ ସାମନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ସମ୍ପାଦକ ଦିନେଶ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ତଥା ଆମ ପ୍ରତିଭା ଆମ ସ୍ୱାଭିମାନ ଉପ ସଭାପତି ଗୋପାଳ ଚନ୍ଦ୍ର ନାଏକ , ଆମ ପ୍ରତିଭା ଆମ ସ୍ୱାଭିମାନ ସହ ସମ୍ପାଦକ ବଳରାମ ଜେନା ଉପସ୍ଥିତ ରହିଥିଲେ।

ଆମ ପ୍ରତିଭା ଆମ ସ୍ବାଭିମାନର ଏକ କାର୍ଯ୍ୟାଳୟ ପାଇଁ ସଭାପତି ଅକ୍ଷୟ କୁମାର ସାମନ୍ତ ବିଧାୟକଙ୍କୁ ଅନୁରୋଧ କରିଥିବା ଜଣାଯାଇଛି।