ମୁଖ୍ୟ ଖବର

‘ଆମ ପ୍ରତିଭା ଆମ ପରିଚୟ’ର ପ୍ରସ୍ତୁତି ବୈଠକ: ଗୁରୁଦିବସରେ ହେବ ପ୍ରତିଭା ସମ୍ମାନ ଉତ୍ସବ

By Angul TV Bureau

August 01, 2026

ଅନୁଗୋଳ: ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଆମ ପ୍ରତିଭା ଆମ ପରିଚୟ’ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ସଭାପତି ଉପେନ୍ଦ୍ର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଆଗାମୀ ସେପ୍ଟେମ୍ବର ୫ ତାରିଖ ଗୁରୁଦିବସରେ ଗୁରୁ ପୂଜନ ଓ ପ୍ରତିଭା ସମ୍ମାନ ଉତ୍ସବକୁ କିପରି ସୁଚାରୁରୂପେ ପାଳନ କରାଯିବ, ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଚଳିତ ବର୍ଷ ମଧ୍ୟ ଅବସରପ୍ରାପ୍ତ ଶିକ୍ଷାଗୁରୁ, ମାଟ୍ରିକ ଓ ଉଚ୍ଚଶିକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଏବଂ ଅଞ୍ଚଳର ପ୍ରତିଭାସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସାଧାରଣ ସମ୍ପାଦକ ଇଁ ରମେଶ ଚନ୍ଦ୍ର ବେହେରା ବିବରଣୀ ପାଠ କରିଥିବାବେଳେ କୋଷାଧ୍ୟକ୍ଷ ସଞ୍ଜୟ ସାହୁ ଆୟବ୍ୟୟ ହିସାବ ଦେଇଥିଲେ। ଅଧ୍ୟକ୍ଷ ସରୋଜ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଅନୁଗୋଳ, କଣିହାଁ, ଖମାର, ପାଳଲହଡ଼ା, ଢେଙ୍କାନାଳ ଓ ପରଜଙ୍ଗରୁ ଶତାଧିକ ସଦସ୍ୟ ଯୋଗଦେଇଥିଲେ।