ଅନ୍ୟାନ୍ୟ

ବଡ଼କେରାରେ “ଆସ ସ୍କୁଲ ଯିବା” ପଦଯାତ୍ରା

By Angul TV Bureau

September 14, 2025

ଅନୁଗୁଳ: ଅନୁଗୋଳ ବ୍ଲକର ବଡ଼କେରା ପିଏମ ଶ୍ରୀ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବଡ଼କେରା ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୫୦୦ ଛାତ୍ରଛାତ୍ରୀଙ୍କୁ ନେଇ “ଆସ ସ୍କୁଲ ଯିବା” କାର୍ଯ୍ୟକ୍ରମ ଅଧୀନରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ବଡ଼କେରା ଉଚ୍ଚ ବିଦ୍ୟାଳୟଠାରୁ ଆରମ୍ଭ ହୋଇ ଶାସନ ବଜାରସ୍ଥିତ ଆଦିମାତା ମନ୍ଦିର ପର୍ଯ୍ୟନ୍ତ ଏହି ପଦଯାତ୍ରାରେ ଛାତ୍ରଛାତ୍ରୀମାନେ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ। ଏବିଇଓ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସରପଞ୍ଚ ହାଡ଼ିବନ୍ଧୁ ବେହେରା, ପଞ୍ଚସଖା ଶିକ୍ଷା ସେତୁ ସଭାପତି ପ୍ରଶାନ୍ତ କୁମାର ମିଶ୍ର, ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ବିଶ୍ୱାଳ, ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଓ ଅଭିଭାବକମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।