ଘଟଣା ଓ ଦୁର୍ଘଟଣା

ଅବକାରୀ ଚଢ଼ାଉ, ୫ ଗିରଫ

By Biswaranjan Pattnaik

January 19, 2022

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ତରଫରୁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ୪ ଜଣ ଙ୍କୁ ଗିରଫ କରାଯାଇଛି। ସୁଚନା ମୁତାବକ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଣ୍ଡୁପୁର ଗାଁର ସୁଦାମ ସାମଲ ଙ୍କ ଘରେ ଚଢ଼ାଉ କରାଯାଇ ୧୭ କ୍ବିଣ୍ଟାଲ ବେଆଇନ ମହୁଲ ଜବତ କରାଯାଇଛି। ସେହିଭଳି ବେଣା ଗାଡ଼ିଆ ଗାଁର କାନ୍ଦୁରୁ ପଧାନ ଙ୍କ ଘରେ ଚଢ଼ାଉ କରାଯାଇ ୧୪ ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇଛି। ନାଲକୋ ଥାନା ଅନ୍ତର୍ଗତ କନିଆବେଡ଼ା ଗାଁର ଧୃବ ବେହେରାଙ୍କ ଘରେ ଚଢ଼ାଉ କରାଯାଇ ୧୮ଲିଟର ଦେଶୀମଦ ଓ ସଜନି ବେହେରା ଙ୍କ ଘଷର ଚଢ଼ାଉ କରାଯାଇ ୧୨ ଲିଟର ଦେଶୀମଦ ଜବତ କରାଯାଇଛି। ସେହିପରି ନାଲକୋ ମୁଣ୍ଡା ହାର୍ଟିଂର ସୁନାମଣି ସୋରେନ ଙ୍କ ଘରେ ଚଢ଼ାଉ କରାଯାଇ ୧୭ ଲିଟର ଦେଶୀମଦ ଜବତ କରାଯାଇଛି। ଏ ନେଇ ୫ଟି ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।