ଅନୁଗୁଳ: ତାଳଚେର-ଅନୁଗୁଳ-ମେରାମଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ତାମଡ଼ା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କୁ ଚୟନ କରାଯାଇଛି। ପୂର୍ବତନ ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ଦାୟିତ୍ୱ ସରିବା ପରେ ଦୀର୍ଘ ଦିନ ହେଲା ଏହି ପଦବୀ ଖାଲି ପଡ଼ିଥିଲା। ଆଜି ଅବନୀକାନ୍ତ ସାହୁଙ୍କୁ ଟାମଡା ଅଧ୍ୟକ୍ଷ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଅବନୀକାନ୍ତ ସାହୁ ପାଳଲହଡ଼ା ନିର୍ବାଚନ ମଣ୍ଡଳୀରେ ରହୁଥିବା ବେଳେ ବିଜେଡିର ଜଣେ ଦକ୍ଷ ସଙ୍ଗଠକ। ସେ ଦୀର୍ଘ ବର୍ଷ ହେଲା ଦଳ ସହିତ ରହିବା ସହ ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି।