ଅନ୍ୟାନ୍ୟ

ତାମଡ଼ା ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ଅବନୀକାନ୍ତ ସାହୁ, ସମ୍ବର୍ଦ୍ଧନା ଜଣାଇଲା ବିଜୁ ଯୁବ ଜନତା ଦଳ

By Angul TV Bureau

November 03, 2022

ଅନୁଗୁଳ: ଆଜି ତାମଡ଼ାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅବନୀକାନ୍ତ ସାହୁ। ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ୱରେ ଅନୁଗୁଳ ମ୍ୟୁନିସିପାଲଟି ସ୍ଥିତ ହେମସୁରପଡାର ଡିଆଇସି ଛକ ଠାରେ ଦଳ ତରଫରୁ ଅବନୀକାନ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ନବନିର୍ବାଚିତ ଅଧ୍ୟକ୍ଷ ପାଳଲହଡ଼ା କୁଣ୍ଢେଇବିରା ମନ୍ଦିରରେ ଦର୍ଶନ କରି ସାରିବା ପରେ ହଜାର ହଜାର ସମର୍ଥକ ଶୁଭେଚ୍ଛୁଙ୍କୁ ନେଇ ଏକ ବିଶାଳ ପଟୁଆରରେ ବାଇକ୍ ରାଲି ଜାରି ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କୁ ଦର୍ଶନ କରିଥିଲେ। ତା ପରେ ଅନୁଗୁଳ ବିଜୁ ପଟ୍ଟନାୟକ ମଇଦାନରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମା’ ବୁଢୀ ଠାକୁରାଣୀଙ୍କ ଆଶୀର୍ବାଦ ନେଇଥିଲେ। ପରେ ସେ ତାମଡା କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଏହି କାର୍ଯ୍ୟକ୍ରମରେ ବିଧାନସଭା ର ଉପବାଚସ୍ପତି ରଜନୀକାନ୍ତ ସିଂ, ଢେଙ୍କାନାଳ ସାଂସଦ ମହେଶ ସାହୁ, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ବିଜୁ ଜନତା ଦର ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ, ନଗରପାଳ ଅକ୍ଷୟ କୁମାର ସାମନ୍ତ, ପୂର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ, ଯୁବ ନେତା ଅରୁଣାଭ ସିଂହ, ପୂର୍ଣ୍ଣଚନ୍ଦ୍ର ରାଉତ, ସୁକାନ୍ତି ଦାସଙ୍କ ସମେତ ବିଜୁ ଜନତା ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।