ଘଟଣା ଓ ଦୁର୍ଘଟଣା

‘ଆବାସ’ ଟଙ୍କାନେଇ ଦଲାଲ ଚମ୍ପଟ

By Angul TV Bureau

January 18, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଡିମିରିଆ ପଞ୍ଚାୟତ ଆନନ୍ଦସାହିର ବାସନ୍ତୀ ମୁଣ୍ଡା ପକ୍କାଘର କରିବା ପାଇଁ ସରକାରଙ୍କଠାରୁ ଅନୁଦାନ ପାଇଲେ। ମାତ୍ର ଏହି ଟଙ୍କା ଜଣେ ଦଲାଲ ନେଇ ଆଉ ଧରାଛୁଆଁ ଦେଉନାହିଁ। ଫଳରେ ବାସନ୍ତୀଙ୍କ ପରିବାର ଭାଗ୍ୟକୁ ଆଦରି ଦଦରା ନଡ଼ାଛପର ଘରେ କାଳକାଟୁଛି। ବାସନ୍ତୀ କହିବା ମୁତାବକ, ସେ ମୂଲ ଲାଗୁଥିବାବେଳେ ତାଙ୍କ ସ୍ବାମୀ ଗଣେଶ୍ୱର ପଢ଼ାନ ଗୋରୁ ଚରାଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ ତାଙ୍କୁ କାର୍ଯ୍ୟାଦେଶ ମିଳିଥିଲା। ୨୦୧୯ ଅକ୍ଟୋବର ୩ ତାରିଖରେ ତାଙ୍କ ଆକାଉଣ୍ଟକୁ ୨୦ହଜାର ଟଙ୍କା ଆସିଥିଲା । ଜଣେ ଦଲାଲ ଘର ତିଆରି କରିଦେବ କହି ବ୍ୟାଙ୍କ ପାସ୍‌ବୁକ୍ ନେଇ ସେହିମାସ ୧୪ ତାରିଖରେ ଟଙ୍କା ଉଠାଇନେଲା ଏଥିସହ ଦଲାଣ ଜଣକ ତାଙ୍କୁ ମିଳିଥିବା କାର୍ଯ୍ୟାଦେଶ ଗାଏବ କରିଦେଇଛି। ଏହାପରଠାରୁ ସେ ଧରାଛୁଆଁ ଦେଉନାହିଁ। ଦଲାଲଠାରୁ ସେ ଟଙ୍କା ଫେରି ପାଇବାରେ ପ୍ରଶାସନ ସହଯୋଗ କରିବା ନିମନ୍ତେ ବାସନ୍ତୀ ନିବେଦନ କରିଛନ୍ତି।