ଘଟଣା ଓ ଦୁର୍ଘଟଣା

ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରୁ ଯୁବତୀ ନିଖୋଜ, ଅପହରଣ ଅଭିଯୋଗ

By Angul TV Bureau

September 30, 2026

ଅନୁଗୋଳ: ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରୁ ଜଣେ ଯୁବତୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଏକଘରିଆ ଅଞ୍ଚଳର ଜ‌ଣେ ଯୁବତୀ(୨୩ବର୍ଷ) ଅନୁଗୋଳ ସହରକୁ ନିଜ ସଂପର୍କୀୟଙ୍କ ଘରକୁ ଆସିଥିଲା ବେଳେ ବର୍ଷା ହେବା କାରଣରୁ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଅଟକି ରହିଥିଲେ। ଏହି ସମୟରେ କିଛି ଲୋକ ତାଙ୍କ ସହ କଥାବାର୍ତ୍ତା କରିଥିଲେ। ପରେ ସେମାନେ ଯୁବତୀଙ୍କୁ ଅପହରଣ କରିନେଇଥିବା ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି।  ଏତଲା ପରେ ଟାଉନ୍ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।