ମୁଖ୍ୟ ଖବର

ଅଭିଜିତ ପଟ୍ଟନାୟକ ଆତ୍ମହତ୍ୟା ମାମଲା: ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

By Angul TV Bureau

April 13, 2022

ଅନୁଗୁଳ/ କଟକ: ଅନୁଗୁଳର ବହୁ ଚର୍ଚ୍ଚିତ ଅଭିଜିତ ପଟ୍ଟନାୟକ(୨୮) ଆତ୍ମହତ୍ୟା ମାମଲାରେ ୪ ସପ୍ତାହ ମଧ୍ୟରେ ଦୋଷୀ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁଗୁଳ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ରିପୋର୍ଟ ମୁତାବକ, ଅଭିଜିତ ଭାଲେଣ୍ଟାଇନ ଡେ ଦିନ ଫେସବୁକରେ ଲାଇଭ କରି ନିଜ ପ୍ରେମିକା ଓ ତାଙ୍କ ପରିବାର ଦ୍ୱାରା ନିର୍ଯାତିତ ହୋଇଥିବା ଅଭିଯୋଗ କରି ଆତ୍ମହତ୍ୟା କରିଥିଲେ। ଏ ନେଇ ତାଙ୍କ ଭାଇ ପ୍ରେମିକା ଓ ତାଙ୍କ ପରିବାରକୁ ଦାୟୀ କରି ଅନୁଗୁଳ ଟାଉନ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଏହି ମାମଲାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ପରେ ସେ ଅନୁଗୁଳ ଏସପିଙ୍କ ପାଖରେ ଏ ନେଇ ଅଭିଯୋଗ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ପୁରୁଷ କମିଶନର ଆବାହକଙ୍କୁ ଭେଟିଥିଲେ। ଆବାହକ ଆଇନୀଜୀବୀ ବ୍ୟୋମକେଶ ତ୍ରିପାଠୀଙ୍କ ସହିତ ଯୋଗାଯୋଗ କରି ସେ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। ଆଜି ଏହି ମାମଲାର ଶୁଣାଣି କରିବା ଅବସରରେ ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁଗୁଳ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।