ପ୍ରତିଭା ଓ ବ୍ୟକ୍ତିତ୍ୱ

ଖୁସି ଖବର! ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ସ୍ନାତକୋତର ବିଜ୍ଞାନରେ ରାଜ୍ୟପାଳଙ୍କ ଠାରୁ ସ୍ୱର୍ଣ୍ଣପଦକ ପାଇଲେ ତାଳଚେରର ଝିଅ ଅଭିଲିପ୍ସା

By Angul TV Bureau

April 13, 2023

ତାଳଚେର: ୨୦୨୨ ମସିହା ପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସ୍ନାତକୋତର ବିଜ୍ଞାନରେ ଟପ୍ପର ହୋଇ ରାଜ୍ୟପାଳଙ୍କ ଠାରୁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ତାଳଚେର ଅଞ୍ଚଳର ଅଭିଲିପ୍‌ସା ପାଣି।

ଗତ ୧୨ ତାରିଖ ଦିନ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲଙ୍କ ଠାରୁ ସେ ମାନପତ୍ର ଓ ସ୍ୱର୍ଣ୍ଣପଦକ ଗ୍ରହଣ କରିଥିଲେ।

ଅଭିଲିପ୍ସା ବଟାନୀ ବିଭାଗରେ ଟପର ହୋଇଥିବାରୁ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ତାଳଚେର ରେଳ ଷ୍ଟେସନ୍ ଠାରେ ରହୁଥିବା ଅଭୟ ପାଣି ଓ ପ୍ରଭାତୀ ପାଣିଙ୍କ ଝିଅ ହେଉଛନ୍ତି ଅଭିଲିପ୍ସା। ସେ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।