ମୁଖ୍ୟ ଖବର

ସ୍ୱାସ୍ଥ୍ୟ ସଚେତନତା ପାଇଁ ଅଭିରାମଙ୍କୁ ବଇଣ୍ଡାରେ ସମ୍ବର୍ଦ୍ଧନା

By Angul TV Bureau

September 18, 2025

ବଇଣ୍ଡା: ଝାରସୁଗୁଡ଼ା ଜିଲ୍ଲା ବୁଲଗାଁର ୬୮ ବର୍ଷୀୟ ଅଭିରାମ ଶତପଥୀ ସ୍ୱାସ୍ଥ୍ୟ ଫିଟନେସ୍ ପାଇଁ ପଦଯାତ୍ରା କରି ସଚେତନତା ସୃଷ୍ଟି କରୁଛନ୍ତି। ବୁଧବାର ସେ ବଇଣ୍ଡା ପହଞ୍ଚି ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରୁଥିବା ବେଳେ ଯୁବଗୋଷ୍ଠୀ ତାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ରମେଶ ବେହେରା, ଆଲୋକ ବେହେରା, ପରୀକ୍ଷିତ ସାହୁ, ପ୍ରଦୀପ ମହାପାତ୍ର, ଅମିତ ନାୟକ, ସନାତନ ସାହୁ, ହେମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଅଭିରାମ କହିଛନ୍ତି, ମଦୁମେହ, ରକ୍ତଚାପ, ଗ୍ୟାସ୍ଟ୍ରିକ୍ ଭଳି ରୋଗରୁ ମୁକ୍ତି ପାଇଁ ଦୈନିକ ୫ କିମି ଚାଲିବା, ନିଶାମୁକ୍ତ ରହିବା ଓ ଆବଶ୍ୟକ ମାତ୍ରାରେ ଖାଦ୍ୟ ଖାଇବା ଜରୁରୀ। “ସ୍ୱାସ୍ଥ୍ୟ ହିଁ ବଡ଼ ସମ୍ପଦ,” ବୋଲି ସେ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି। ୨୫ ମେ ୨୦୨୩ରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ସେ ୧୩,୯୨୮ କିମି ଚାଲି, ଭାରତର ବିଭିନ୍ନ ରାଜ୍ୟ ଓ ଭୁଟାନ, ନେପାଳରେ ସଚେତନତା ସୃଷ୍ଟି କରିଛନ୍ତି।