ଅନ୍ୟାନ୍ୟ

ରୋଟାରୀ ପବ୍ଲିକ ସ୍କୁଲରେ ଛାତ୍ର ନେତାଙ୍କ ଅଭିଷେକ ଉତ୍ସବ ଆୟୋଜିତ

By Biswaranjan Pattnaik

August 08, 2024

ଅନୁଗୁଳ : ରୋଟାରୀ ପବ୍ଲିକ ସ୍କୁଲରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ମନୋନୀତ ଛାତ୍ର ନେତାଙ୍କର ଅଭିଷେକ ଉତ୍ସବ ଆଜି ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି। ଉତ୍ସବରେ କଳାହାଣ୍ଡିର ନର୍ଲା ଜବାହର ନବୋଦୟ ବିଦ୍ୟାଳୟର ପ୍ରାକ୍ତନ ଉପାଧ୍ୟକ୍ଷ ଜଗଦାନନ୍ଦ ଜେନା ମୁଖ୍ୟ ଅତିଥି ଏବଂ ଅନୁଗୁଳ ରୋଟାରୀ କ୍ଲବର ସଭାପତି ରୋଟାରିଆନ୍ ସରୋଜ କୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଏ ଅବସରରେ ଛାତ୍ର ନେତାଙ୍କୁ ବ୍ୟାଜ, ଉତ୍ତରୀୟ, ନିୟମ ପୁସ୍ତକ ଏବଂ ପତାକା ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ବେହେରା, ଉପାଧ୍ୟକ୍ଷ ଡ. ମନୋରଞ୍ଜନ ପଣ୍ଡା, ପ୍ରଧାନ ଶିକ୍ଷୟିତ୍ରୀ କଳ୍ପଲତା ଦାଶ, ତପସ୍ଵିନୀ ଦାଶଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।