ଘଟଣା ଓ ଦୁର୍ଘଟଣା

ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

By Sanjeeb Biswal

September 16, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଗୁରୁବାର ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ଯେ, ୨୦୨୧ ମାର୍ଚ୍ଚ ୨୪ ତାରିଖରେ ଜନୈକା ନାବାଳିକା ଶୌଚ ହେବାକୁ ବାହାରକୁ ଯାଇଥିବାବେଳେ ପାଣପଶି ଗାଁର କୁନା ପ୍ରଧାନ(୨୦) ତାକୁ ଉଠାଇନେଇ ଦୁଷ୍କର୍ମ କରିଥିଲେ । ସେଠାରୁ କୌଣସି ପ୍ରକାରେ ନାବାଳିକା ଖସିଆସି ଘରେ ପହଞ୍ଚିଥିଲା। ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା । ଲୋକ ଲଜ୍ୟାରେ ପରିବାର ଲୋକେ ଚୁପ ରହି ପରେ ୨୦୨୧ ମାର୍ଚ୍ଚ ୩୧ ତାରିଖରେ ଥାନାରେ ଲିଖତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରିଥିଲା।ଏ ସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତ କୁନା ଫେରାର ହୋଇଯାଇଥିଲା । ତେବେ କୁନା ଗାଁକୁ ଆସିଥିବା ଖବରପାଇ ପୁଲିସ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛି ।