ଅନ୍ୟାନ୍ୟ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ପକ୍ଷରୁ ଅଭ୍ୟାସ ବର୍ଗ ଆୟୋଜିତ, ଯୋଗ ଦେଲେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ

By Angul TV Bureau

December 03, 2024

 

ଅନୁଗୁଳ: ତିନି ଦିନ ଧରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି ) ପକ୍ଷରୁ ଅଭ୍ୟାସ ବର୍ଗ ଆୟୋଜିତ ହୋଇଛି। ତାଳଚେର ସ୍ଥିତ ବ୍ରାହ୍ମଣୀ ବିହାର ଶିଶୁ ମନ୍ଦିର ଠାରେ ଢେଙ୍କାନାଳ, ଅନୁଗୁଳ ଓ ଯାଜପୁର ତିନି ଜିଲ୍ଲାର ବିଭିନ୍ନ କଲେଜରୁ ୨୦୦ରୁ ଅଧିକ ଛାତ୍ର ଛାତ୍ରୀ ଏହି ପ୍ରଶିକ୍ଷଣରେ ଯୋଗ ଦେଇଥିଲେ। ପ୍ରାନ୍ତ ସଂଗଠନ ସମ୍ପାଦକ ବୁଦ୍ଧଦେବ ବାଗ ଏବିଭିପିର ଲକ୍ଷ୍ୟ ଆଦର୍ଶ ଏବଂ ରାଷ୍ଟ୍ରର ପୁନଃନିର୍ମାଣ ବିଷୟରେ ଯୁବ ପିଢ଼ିଙ୍କୁ ସହଯୋଗ କରିଥିଲେ।

ମୁଖ୍ୟ ଅତିଥି ଭାବେ ଦ୍ୱିତୀୟ ଦିନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ସହ ସଂଗଠନ ସମ୍ପାଦକ ବୈଲୋଚ ସାହୁ ଏବଂ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ଜ୍ୟୋତି ରାଉତ ଯୋଗ ଦେଇଥିଲେ। ଶେଷ ଦିନରେ ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଦିଲ୍ଲୀପ କୁମାର ଦାସ ଅଭିଭାଷଣ ରଖିଥିଲେ। ଶେଷରେ ବିଭାଗ ପ୍ରମୁଖ ମୁରଲି କିଶୋର ଜେନାମଣି ତିନି ଜିଲ୍ଲାର କାର୍ଯ୍ୟକାରିଣୀ ଘୋଷଣା କରିଥିଲେ।