ଅନ୍ୟାନ୍ୟ

ଅନୁଗୁଳ ସହରରେ ଏବିଭିପିର ଶୋଭାଯାତ୍ରା

By Swagatika Samantray

December 24, 2022

ଅନୁଗୁଳ: ଅନୁଗୁଳ ଗାନ୍ଧୀ ମାର୍ଗ ସରସ୍ଵତି ଶିଶୁ ବିଦ୍ୟାମନ୍ଦିରଠାରେ ଓଡ଼ିଶା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ୪୭ତମ ରାଜ୍ୟ ଅଧିବେଶନର ଦ୍ବିତୀୟ ଦିନରେ ବିଦ୍ୟାର୍ଥୀ ପରିଷଦ ତରଫରୁ ସାଂସ୍କୃତିକ ବେଶ ଭୁଶାରେ ଗାନ୍ଧୀ ମାର୍ଗ ସରସ୍ଵତି ଶିଶୁ ବିଦ୍ୟାମନ୍ଦିରଠାରୁ ଦଶହରା ପଡିଆ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ହୋଇଥିଲା। ଶୋଭାଯାତ୍ରାରେ ଛାତ୍ର ଛାତ୍ରୀମାନେ ସହର ପରିକ୍ରମା କରିଥିଲେ।

ଅନୁଗୁଳ ସହରର ଛକମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିଲା। ସର୍ବ ଶେଷରେ ଦଶହରା ପଡିଆରେ ଖୋଲା ଅଧିବେଶନ ମାଧ୍ୟମରେ ଛାତ୍ର ନେତାମାନେ ରାଜ୍ୟରେ ଶିକ୍ଷା ସମସ୍ୟା, ପରିବେଶ ସୁରକ୍ଷା, ବେରୋଜଗାର, ସୀମା ସୁରକ୍ଷା, ମହିଳା ସୁରକ୍ଷା, ଜନଜାତିଙ୍କର ସମସ୍ୟା, ଜି ୨୦ ଭାରତର ଅଧ୍ୟକ୍ଷତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସରକାରଙ୍କୁ ସମସ୍ୟାର ସମାଧାନ ପାଇଁ ଜବାବ ମାଗିଥିଲେ। ଏହି ଖୋଲା ଅଧିବେଶନରେ ଜାତୀୟ ସାଧାରଣ ସମ୍ପାଦକ ଯାଜ୍ଞୱାଲକ୍ୟ ଶୁକ୍ଳା, ରାଷ୍ଟ୍ରୀୟ ମନ୍ତ୍ରୀ ବିରାଜ ବିଶ୍ୱାସ, ରାଜ୍ୟ ସଭାପତି ଅଧ୍ୟାପିକା ଗାର୍ଗୀ ବାନାର୍ଜୀ ଓ ରାଜ୍ୟ ସମ୍ପାଦକ ଅରଜିତ୍ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରୁ ୨୫୭ ଜଣ ଛାତ୍ରୀ, ୪୩୬ ଛାତ୍ର ଓ ୨୫ ଜଣ ଅଧ୍ୟାପକଙ୍କୁ ମିଶେଇ ୭୧୮ ଜଣ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଦ୍ୱିତୀୟ ଦିନର ଶୋଭାଯାତ୍ରାକୁ ସଫଳ କରାଇଥିଲେ।