ଅନ୍ୟାନ୍ୟ

ରାଜ୍ୟର ଶିକ୍ଷା ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇବ ଏବିଭିପି, ଆସନ୍ତା ମାସରେ ଆନ୍ଦୋଳନ

By Angul TV Bureau

December 27, 2022

ଅନୁଗୁଳ: ରାଜ୍ୟର ଶିକ୍ଷା ସମସ୍ୟାକୁ ନେଇ ଆସନ୍ତା ମାସରେ ରାସ୍ତାକୁ ଓହ୍ଲାଇବ ଏବିଭିପି। ଏନେଇ ସୋମବାର ଅନୁଗୁଳ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ସୂଚନା ମୁତାବକ, ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏବିଭିପି ଓଡ଼ିଶାର ୪୭ତମ ରାଜ୍ୟ ଅଧିବେଶନ ଗତ ୩ ଦିନ ଧରି ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଛାତ୍ର ନେତା ମାନେ ଯୋଗଦେଇଥିଲେ। ୩୦ ଜିଲ୍ଲାରୁ ୧୭୭ ମହାବିଦ୍ୟାଳୟର ୨୫୭ ଜଣ ଛାତ୍ରୀ, ୪୩୬ ଜଣ ଛାତ୍ର ଓ ୨୧ ଜଣ ଅଧ୍ୟାପକ ଯୋଗଦେଇଥିଲେ। ଏ ଅବସରରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଦୟନୀୟ ଅବସ୍ଥାର ସ୍ଥିତି ଉପରେ ଆଲୋଚନା କରିବା ସହ ରାଜ୍ୟର ଆର୍ଥିକ ସମୃଦ୍ଧି ପାଇଁ ଖଣିଜ ସମ୍ପଦର ସୁବିନିଯୋଗ କରିବା ପାଇଁ ଏକ ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା। ଆସନ୍ତା ଜାନୁୟାରୀ ମାସରେ ଏହି ସବୁ ବିଷୟକୁ ନେଇ ବିଦ୍ୟାର୍ଥୀ ପରିଷଦ ସରକାରଙ୍କ ଆଗରେ ଦାବି ଉପସ୍ଥାପନ କରାଯିବ। ଏହାର ସମାଧାନ ନ ହେଲେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।