କ୍ରୀଡ଼ା

ଅନୁଗୁଳ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ କଟକ ୟୁନିଅନ୍ ସ୍ପୋଟିଂକୁ ଭେଟିବ ଏସିସି

By Biswaranjan Pattnaik

December 24, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ୍ ସଂଘର ରୌପ୍ୟ ଜୟନ୍ତୀ ଉତ୍ସବ ଅବସରରେ ଆୟୋଜିତ ଅନୁଗୁଳ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିବସ ଶନିବାର ଅନୁଷ୍ଠିତ ୨ୟ ସେମିଫାଇନାଲ ମ୍ୟାଚ୍ ଏନଏନସିଏ ଭିଲାଇ ଓ ଅନୁଗୁଳ କ୍ରିକେଟ କ୍ଲବ୍(ଏସିସି) ମଧ୍ୟରେ ହୋଇଥିଲା। ଏନଏନସିଏ ଭିଲାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂକରି ୨୦ ଓଭରରେ ୯ ୱିକେଟ ହରାଇ ୧୧୭ ରନ୍ ସଂଗ୍ରହ କରିଥିଲା। ଜବାବରେ ଏସିସି ୧୭.୨ ଓଭରରେ ୪ ୱିକେଟ୍ ହରାଇ ୧୧୮ ରନ୍ ସଂଗ୍ରହକରି ବିଜୟ ଲାଭ କରି ରବିବାର ଖେଳାଯିବାକୁ ଥିବା ଫାଇନାଲ ପାଇଁ ନିଜର ସ୍ଥାନ ସୁରକ୍ଷିତ ରଖିଛି।

ଏହି ମ୍ୟାଚରେ ଏସିସି ଦଳର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ରାକେଶ .ଗୋଚ୍ଛାୟତଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଗଲା। ମୁଖ୍ୟ ଅତିଥି ଭାବେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡ଼ା ଦୀପକ ଗଡ଼ନାୟକ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ମହେଶ ମୁନସି ଓ ଅସିତ୍ ପଟ୍ଟନାୟକ ଏହି ମ୍ୟାଚ୍କୁ ପରିଚାଳନା କରିଥିଲେ।