ଅନ୍ୟାନ୍ୟ

ଶିଶୁ ଚାଲାଣ ନିରୋଧ ଉପରେ ସଚେତନତା କାର୍ଯ୍ୟକ୍ରମ

By Angul TV Bureau

July 25, 2025

ଅନୁଗୁଳ: ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ଓ ରେଲୱେ ପୋଲିସର ମିଳିତ ଉଦ୍ୟମରେ ଅନୁଗୁଳ, ବଇଣ୍ଡା, ତାଳଚେର ରୋଡ ରେଲୱେ ଷ୍ଟେସନରେ ଜୁଲାଇ ୩୦ ବିଶ୍ୱମାନବ ଚାଲାଣ ନିରୋଧ ଦିବସ ଉପଲକ୍ଷେ ଏକ ବିଶେଷ ଅଭିଯାନ ଆରମ୍ଭ ହୋଇଛି। ଟ୍ରେନ ଯାତ୍ରୀଙ୍କୁ ଶିଶୁ ଚାଲାଣ ରୋକିବା ପାଇଁ କିପରି ପଦକ୍ଷେପ ନିଆଯାଇପାରିବ ସେ ଉପରେ ସଚେତନ କରାଯାଇଥିଲା। ରାଲି, ଲିଫଲେଟ ଓ ବ୍ୟକ୍ତିଗତ ସଚେତନତା ମାଧ୍ୟମରେ ଶିଶୁ ଚାଲାଣ ସମ୍ବନ୍ଧୀୟ ଖବର ପାଇଲେ କି ଟ୍ରେନ ଯାତ୍ରା ସମୟରେ ଦେଖିଲେ ତୁରନ୍ତ ଶିଶୁ ସହାୟତା ନମ୍ବର -୧୦୯୮ ଓ ରେଲ୍ ମଦତ ନମ୍ବର ୧୩୯ ରେ ଯାତ୍ରୀମାନଙ୍କୁ ଅବଗତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନୁଗୁଳ ଓ ତାଳଚେର ରୋଡ ରେଳ ସୁରକ୍ଷା ବଳ ତରଫରୁ ଶଙ୍କର୍ଷଣ ମହାରଣା, ସୁଦାମ ଷେଣ୍ଢରିଆ, ବଇଣ୍ଡା ରେଳ ଷ୍ଟେସନ ଠାରେ ସରୋଜ କୁମାର ଦିଗଲ, ବିଶ୍ୱ ଯୁବ କେନ୍ଦ୍ରର ସଂଯୋଜିକା ପୂଜା ସ୍ୱାଇଁ, ପ୍ରକଳ୍ପ ସହାୟକ ଅଭୟ ସ୍ୱାଇଁ, ପପି ଦେହୁରୀ, ଡିପି ଦେହୁରୀ, ସୋନାଲିସା ଶବର, ଲକ୍ଷ୍ମୀ ବେହେରା, ସୁନିତା ମାଝୀ, ପ୍ରଦୀପ ନାୟକ, ପୂର୍ଣ୍ଣ ଚନ୍ଦ୍ର କିସାନ ଓ ଜ୍ୟୋସ୍ମିତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।