ଘଟଣା ଓ ଦୁର୍ଘଟଣା

କାର ଧକ୍କାରେ ଅଟୋ ଓଲଟିଲା; ୪ ଗୁରୁତର ଆହତ

By Angul TV Bureau

December 02, 2025

ଅନୁଗୁଳ: ଅନୁଗୁଳ ଜିଲା କିଶୋରନଗର ବ୍ଲକ ଅନ୍ତର୍ଗତ ହଣ୍ଡପା ଥାନା ଅଞ୍ଚଳର ରାଣୀଭୂଇଁ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ଅଟୋକୁ ପଛରୁ ଏକ କାର୍ ଧକ୍କା ଦେବା ଫଳରେ ଅଟୋଟି ଓଲଟି ପଡ଼ିଛି ଏବଂ ଅଟୋରେ ବସିଥିବା ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଓଡି ୧୯ ଏଲ୍ ୫୪୮୮ ନମ୍ବର ବିଶିଷ୍ଟ ଏକ ଯାତ୍ରୀବାହୀ ଅଟୋ ହଣ୍ଡପାରୁ ନାକିଚି ଅଭିମୁଖେ ଯାଉଥିବା ବେଳେ ଟିଏସ୍ ୦୭ ଜେଭି ୯୨୪୮ ନମ୍ବର ଥିବା ଏକ କାର୍ ପଛପଟୁ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ରାସ୍ତା ଉପରେ ଓଲଟି ପଡ଼ିଥିଲା।

ଗୁରୁତର ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ହଣ୍ଡପା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଆହତଙ୍କ ପରିଚୟ ଜଣାପଡ଼ିନାହିଁ। ଖବର ପାଇ ହଣ୍ଡପା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।