ମୁଖ୍ୟ ଖବର

ବ୍ଲାଷ୍ଟ ଫର୍ଣ୍ଣେସରେ ଅଘଟଣ: ସମସ୍ତେ ସୁରକ୍ଷିତ ଅଛନ୍ତି, ଗୁଜବ ନ କରିବାକୁ ଜେଏସପିର ଅନୁରୋଧ

By Biswaranjan Pattnaik

October 14, 2024

 

ଅନୁଗୁଳ: ଆଜି ସନ୍ଧ୍ୟାରେ ଜେଏସପି ବ୍ଲାଷ୍ଟ ଫର୍ଣ୍ଣେସରେ ଏକ ଅଘଟଣ ଘଟିଛି। ଏହି ସମୟରେ କାର୍ଯ୍ୟରତ ଲୋକ ଏବଂ ଅନ୍ୟମାନଙ୍କ ସୁରକ୍ଷା ତଥା ସୁବିଧାକୁ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ଜରୁରୀକାଳୀନ ପ୍ରୋଟୋକଲ ଗୁଡିକ କାର୍ଯ୍ୟକାରୀ କରାଯାଇଛି।ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି କି କାହାର କିଛି କ୍ଷତି ହୋଇନାହିଁ ବୋଲି ଜେଏସପି ପକ୍ଷରୁ କୁହାଯାଇଛି।

ଜେଏସପି କହିଛି, ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଏହି ସମ୍ପର୍କରେ କୌଣସି ଗୁଜବ ନ ଶୁଣିବା ଏବଂ ସମସ୍ତ ଗୁଜବକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ବନ୍ଦ କରିବାକୁ ସଂସ୍ଥା ପକ୍ଷରୁ ଅନୁରୋଧ କରାଯାଇଛି। ସୁରକ୍ଷା ହିଁ ସର୍ବଦା ପ୍ରଥମ ବୋଲି ଜେଏସପିର ଅଧିକୃତ ମୁଖପାତ୍ର କହିଛନ୍ତି।