ଘଟଣା ଓ ଦୁର୍ଘଟଣା

ଟ୍ରଲର-କଣ୍ଟେନର ମୁହାମୁହିଁ ଧକ୍କା

By Angul TV Bureau

December 03, 2022

ଅନୁଗୁଳ: ଅନୁଗୁଳ ବଜାର ଦଶହରା ପଡ଼ିଆ ନିକଟରେ ଏକ ଟ୍ରଲର ଓ କଣ୍ଟେନର ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ସୌଭାଗ୍ୟବଶତଃ ଏଥିରେ କାହାର କ୍ଷୟକ୍ଷତି ହୋଇନାହିଁ।

ସୂଚନା ମୁତାବକ, ଶୁକ୍ରବାର ଭୋର ୪ଟା ବେଳେ ଦଶହରା ପଡ଼ିଆ ନିକଟରେ ୫୫ନଂ ଜାତୀୟ ରାଜପଥରେ ଅସାବଧାନତା ଫଳରେ ଟ୍ରଲର ଓ କଣ୍ଟେନର ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଦିନ ୧୧ଟାରେ ଦୁଇ ଗାଡ଼ିକୁ ରାସ୍ତା ଉପରୁ କ୍ରେନ୍ ସାହାଯ୍ୟରେ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।