ଘଟଣା ଓ ଦୁର୍ଘଟଣା

କାର ସହ ଧକ୍କା ହୋଇ ଓଲଟିଲା ରଙ୍ଗ ବୋଝେଇ ଅଟୋ

By Angul TV Bureau

December 06, 2022

ଅନୁଗୁଳ : ସ୍ଥାନୀୟ ଜଗଦେବ୍ ମାର୍କେଟ ଛକ ନିକଟରେ ମଙ୍ଗଳବାର ସକାଳେ ଏକ କାର ଧକ୍କାରେ ରଙ୍ଗ ବୋଝେଇ ଅଟୋ ଓଲଟି ପଡ଼ିଛି।

ସୂଚନା ମୁତାବକ, ଅନୁଗୁଳ ଡିଆଇସି ଛକ ଆଡ଼ୁ ବସ ଷ୍ଟାଣ୍ଡ ଆଡକୁ ଆସୁଥିବା କାର ବାଳିକା ଉଚ୍ଚ ବିଦ୍ୟାଳୟ ଆଡୁ ମାଛ ମାର୍କେଟ ଆଡକୁ ଆସୁଥିବା ଅଟୋ ସହ ଧକ୍କା ହୋଇଥିଲା। ଫଳରେ ଅଟୋ ଓଲଟି ପଡିଛି। ସୌଭାଗ୍ୟବଶତଃ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ।

ପ୍ରକାଶ ଯେ ଜଗଦେବ୍ ମାର୍କେଟ ଛକରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଏଠାରେ ଟ୍ରାଫିକ୍ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।