ଅନ୍ୟାନ୍ୟ

ଟ୍ରକ ଓ ଟ୍ରଲର ମୁହାଁମୁହିଁ ଧକ୍କା: ଷ୍ଟିୟରିଂରେ ଫସିଗଲେ ଚାଳକ, ଗାଡ଼ି କାଟି ବାହାର କଲା ଅଗ୍ନିଶମ ବାହିନୀ

By Angul TV Bureau

May 23, 2024

ଅନୁଗୁଳ: ପୁଣି ଥରେ ୫୫ ଜାତୀୟ ରାଜପଥରେ ଦୁର୍ଘଟଣା। ଅନୁଗୁଳ ଜିଲ୍ଲା ନାଲକୋ ଟାଉନସିପ ବସ ଷ୍ଟାଣ୍ଡ ଠାରେ ଟ୍ରକ ଓ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଡ୍ରାଇଭର ଜଣକ ଟ୍ରକର ଷ୍ଟିୟରିଂ ଭିତରେ ଚାପି ହୋଇଯାଇଥିଲେ।

ସୂଚନା ମୁତାବକ, ଅନୁଗୁଳରୁ ବଅଁରପାଳ ଯାଉଥିବା ଟ୍ରକ (OD 19 W 8284) ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର (JH 05 DA 5399 କୁ ଧକ୍କା ଦେଇଥିଲା। ଫଳରେ ଟ୍ରକର ଆଗ ପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ବିକ୍ରମ କୁମାର ଚୱାନ ଭିତରେ ଫସିଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗକୁ ଫୋନ କରି ଡାକିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ଷ୍ଟିୟରିଂ କାଟି ଡ୍ରାଇଭରଙ୍କୁ ବାହାର କରିଥିଲା। ପୋଲିସ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ହସ୍ପିଟାଲ ପଠାଇଛି।