ଘଟଣା ଓ ଦୁର୍ଘଟଣା

ରାସ୍ତା କଡ଼ରେ ଥିବା ଖୁଣ୍ଟିକୁ ଧକ୍କା ଦେଲା ହାଇୱା, କେହି ମୃତାହତ ହୋଇ ନଥିବା ସୂଚନା

By Angul TV Bureau

July 19, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ଫୁଲପଡ଼ା ବ୍ରିଜ ନିକଟରେ ରାସ୍ତା କଡ଼ରେ ଥିବା ଖୁଣ୍ଟିକୁ ଧକ୍କା ଦେଲା ହାଇୱା।

ସୂଚନାଯୋଗ୍ୟ ଯେ, ଫୁଲପଡ଼ା ବ୍ରିଜ ନିକଟରେ ରାସ୍ତା କଡ଼ରେ ଥିବା ଖୁଣ୍ଟିକୁ ବାଲି ବୋଝେଇ ହାଇୱା ଧକ୍କା ଦେଇଛି। ହାଇୱା ଅନୁଗୁଳ ଆଡ଼କୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଖୁଣ୍ଟିକୁ ଧକ୍କା ଦେଇଥିଲା। ଏଥିରେ କେହି ମୃତାହତ ହୋଇ ନଥିବା ଜଣାଯାଇଛି।