ଘଟଣା ଓ ଦୁର୍ଘଟଣା

ଟ୍ରକ୍ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣାରେ ବସିଲେ ସ୍ଥାନୀୟ ଲୋକ

By Angul TV Bureau

January 25, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ନୂଆହତା ଗ୍ରାମ ୫୫ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଡ଼ସନ୍ତ୍ରୀ ଗାଁର ଫକୀର ମୋହନ ମାଝୀ (୭୦)।ଫକୀର ଘରକୁ ବାଇକରେ ଆସୁଥିବା ବେଳେ କଣ୍ଟାବଣିଆ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣା ସ୍ଥଳରେ ହିଁ ଫକୀରଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ବଅଁରପାଳ ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା। କ୍ଷତିପୂରଣ ପାଇଁ ଗ୍ରାମବାସୀ, ସରପଞ୍ଚ, ବଅଁରପାଳ ମଣ୍ଡଳ ସଭାପତି କିଟୁ ପଣ୍ଡା ଧାରଣାରେ ଦେଇଥିଲେ। ବଅଁରପାଳ ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ନେଇ ସମସ୍ତ ପ୍ରକାର ସହଯୋଗ ହାତ ବଢ଼ାଇବାର ପ୍ରତିଶ୍ରୁତି ପରେ ଧାରଣାରୁ ପରିବାରବର୍ଗ ଓହରି ଥିଲେ। ପୋଲିସ  ଆମ୍ବୁଲାନ୍ସ ଡକାଇ ବ୍ୟବଚ୍ଛେଦ ନିମନ୍ତେ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ବ୍ୟବଚ୍ଛେଦ ପରେ ପୋଲିସ ପରିବାରକୁ ମୃତ ଦେହ ହସ୍ତାନ୍ତର କରିଥିବା ଜଣାଯାଇଛି।