ଘଟଣା ଓ ଦୁର୍ଘଟଣା

ଅଟୋ ଉପରେ ଶୁଖିଲା ଗଛ ପଡ଼ି ଗଲା ଖୁଡ଼ି ଜୀବନ, ଅଳ୍ପକେ ବର୍ତ୍ତିଗଲା ଗର୍ଭବତୀ ପୁତୁରା ବୋହୂ

By Angul TV Bureau

May 27, 2022

ଅନୁଗୁଳ: ମେଡିକାଲରୁ ଚିକିତ୍ସା ସାରି ଅଟୋରେ ଫେରୁଥିବା ବେଳେ ଦୁର୍ଘଟଣା। ଅଟୋ ଉପରେ ଗଛର ଶୁଖିଲା ଡାଳ ପଡ଼ିଯିବାରୁ ଜଣେ ମୃତ। ଶୁକ୍ରବାର ପାଳଲହଡ଼ା ବ୍ଲକ୍ ତିଲେଇପଶି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସୂଚନାନୁଯାୟୀ, ଗାଁର କୁନା ପରିଡ଼ା ତାଙ୍କ ୯ ମାସର ଗର୍ଭବତୀ ସ୍ତ୍ରୀ ଅମାନୁଙ୍କୁ ଖୁଡି ଜେମା ପରିଡ଼ାଙ୍କ ସହ ଏକ ଅଟୋରେ ଚେକ୍ ଅପ୍ ପାଇଁ ପାଳଲହଡ଼ା ଡାକ୍ତରଖାନାକୁ ନେଇଥିଲେ। ଚେକ୍ ଅପ୍ ସାରି ଫେରିବା ବେଳେ ୧୪୯ ନମ୍ୱର ଜାତୀୟ ରାଜପଥର ବାଲିପଶି ଛକ ନିକଟରେ ଏକ ଶୁଖିଲା ଗଛ ଅଟୋ ଉପରେ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଖୁଡି ଜେମା ପରିଡ଼ାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ କୁନା, ତାଙ୍କ ସ୍ତ୍ରୀ ଅମାନୁ ଓ ଅଟୋ ଚାଳକ ସତ୍ୟାନନ୍ଦ ବିଶ୍ୱାଳ ମଧ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ପାଳଲହଡ଼ା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।