ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ ଛକ ନିକଟରେ ଶନିବାର ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଟ୍ରକ୍ ଧକ୍କା ରେ ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି।ମୃତ ବ୍ୟବସାୟୀଙ୍କ ନାମ ଚନ୍ଦନ ଚୌହାନ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ। ଚନ୍ଦନ ନାଲକୋ ସେଣ୍ଟ୍ରାଲ ମାର୍କେଟରେ ଅକ୍ୱରିଅମ୍ ଦୋକାନ ଥିଲେ। ପେଶାରେ ଜଣେ ବ୍ୟବସାୟୀ ଥିଲେ ମଧ୍ୟ ସାପ ଧରିବା, ରାସ୍ତାକଡ ଆଘାତପ୍ରାପ୍ତ ଗାଈଗୋରୁଙ୍କ ସେବା କରିବା ତାଙ୍କ ନିଶା ଥିଲା। ଚନ୍ଦନଙ୍କ ପତ୍ନୀ ଏକ ପବ୍ଲିକ ସ୍କୁଲରେ ଶିକ୍ଷୟତ୍ରୀ ଥିବା ଜଣା ପଡ଼ିଛି।ଦୁର୍ଘଟଣା ପରେ ଦୁଇ ଘଣ୍ଟା ଧରି ରାସ୍ତା ଜାମ ହୋଇଯାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଅନୁଗୁଳ ଡାକ୍ତରଖାନା ନେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।