ଅନୁଗୁଳ: ଗତ ରାତିରେ ଅନୁଗୁଳ ସଦର ଥାନା କୁମଣ୍ଡ ସାହୁ ପଡା ଛକ ନିକଟରେ ବାଇକ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ। ଜଣେ ମୃତ। ମୃତକ ହେଲେ ବଡ଼ବେରେଣା ଗାଁର ମିତୁ ଭୋଇ ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ମୃତଦେହ ରଖି ୬୩ ନମ୍ୱର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନୁଗୁଳ-ଛେଣ୍ଡିପଦା ରାସ୍ତା କଡରେ ଅଟକି ରହିଛି ଶହ ଶହ ଗାଡି। ଜନବସତି ଭିତରେ କୋଇଲା ଲୋଡିଂ ଗାଡ଼ି ବନ୍ଦ କରିବାକୁ ଗାଁଲୋକ ଦାବି କରିଛନ୍ତି। ଘଟଣା ସ୍ଥଳରେ ସଦର ଥାନା ପୋଲିସ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।