ମୁଖ୍ୟ ଖବର

ଡିଭାଇଡର୍‌ରେ ପିଟି ହୋଇ ଜଳିଗଲା ଟ୍ରକ, ଚାଳକ ଜୀବନ୍ତ ଦଗ୍ଧ

By Angul TV Bureau

December 15, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଥାନା ଅନ୍ତର୍ଗତ ବହ୍ଲର ଛକ ଦେଇ ଯାଉଥିବା ବେଳେ ଡିଭାଇଡର୍‌ରେ ପିଟି ହୋଇ ଏକ ଟ୍ରକ ଜଳିଯାଇଛି। ଏଥିସହ ଚାଳକ ଜୀବନ୍ତ ଦଗ୍ଧ ହୋଇଛନ୍ତି।

ସୂଚନା ମୁତାବକ, ଶନିବାର ରାତିରେ ଏକ ଦ୍ରୁତଗାମୀ ଟ୍ରକ (ଓଡି ୩୫ ଜି- ୭୦୬୫) ୧୪୯ ନମ୍ବର ଜାତୀୟ ରାଜପଥ ତାଳଚେର ଟାଉନ ଥାନା ଅନ୍ତର୍ଗତ ବହ୍ଲର ଛକ ଦେଇ ଯାଉଥିବା ବେଳେ କୌଣସି କାରଣରୁ ଡିଭାଇଡର୍‌ରେ ପିଟି ହୋଇଯାଇଥିଲା। ଏହା ପରେ ଟ୍ରକଟି ହୁତୁ ହୁତୁ ହୋଇ ଜଳିଯାଇଥିଲା।

ଗାଡ଼ି ଚାଳକ ଅନୁଗୁଳ ଜିଲ୍ଲା ବହ୍ଲାସିଂହା ସୁମନ୍ତ ସାହୁ (୩୨) ଟ୍ରକ ଭିତରେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ପୋଲିସ୍ ଅଞ୍ଚଳବାସୀଙ୍କ ସହାୟତାରେ ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ତାଳଚେର ମଣ୍ଡାପାଳ ଡାକ୍ତରଖାନାକୁ ନେଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।