ମୁଖ୍ୟ ଖବର

ନାବାଳିକା ଭାଣିଜୀକୁ ଦୁଷ୍କର୍ମ: ଅଭିଯୁକ୍ତ ମାମୁକୁ ୨୦ ବର୍ଷ ଜେଲ୍ ଓ ଜରିମାନା

By Angul TV Bureau

January 30, 2026

ଅନୁଗୁଳ: ନିଜ ନାବାଳିକା ଭାଣିଜୀକୁ ଦୁଷ୍କର୍ମ କରିବା ଅଭିଯୋଗରେ କୋର୍ଟ ଅଭିଯୁକ୍ତ ମାମୁ ସୁରେନ ନାଏକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ (ସ୍ୱତନ୍ତ୍ର ପୋକସ କୋର୍ଟ)।ଘଟଣାଟି ୨୦୨୩ ମସିହା ସେପ୍ଟେମ୍ବର ୬ ତାରିଖରେ ଘଟିଥିଲା। ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ହନୁମାନପୁର ଗ୍ରାମର ସୁରେନ ନାଏକ (୨୬) ନିଜ ନାବାଳିକା ଭାଣିଜୀକୁ ନିକଟସ୍ଥ ଜଙ୍ଗଲକୁ ନେଇ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ଏହି କଥା କାହାକୁ କହିଲେ ଜୀବନରୁ ମାରିଦେବାକୁ ସେ ଧମକ ମଧ୍ୟ ଦେଇଥିଲା। ତଥାପି ପୀଡ଼ିତା ଜଣକ ସାହସ କରି ପରିବାର ଲୋକଙ୍କୁ ଜଣାଇବା ପରେ, ତାଙ୍କ ମା’ କଣିହାଁ ଥାନାରେ ଏତଲା ଦେଇଥିଲେ।

ପୁଲିସ ପୋକସୋ ଆକ୍ଟ ସମେତ ବିଭିନ୍ନ ସଙ୍ଗିନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଶୁକ୍ରବାର ଦିନ ବିଚାରପତି ସୌମ୍ୟା ଶୁଭଦର୍ଶିନୀ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ମାମୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ, ୧୦ ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ଜେଲ୍ ଦଣ୍ଡ ଆଦେଶ କରିଛନ୍ତି। ଏଥିସହ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଦିଲ୍ଲୀପ କୁମାର ଦାସ ପରିଚାଳନା କରୁଥିଲେ।