ଘଟଣା ଓ ଦୁର୍ଘଟଣା

ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗ: ଚାଳକ ଗିରଫ, କାର ଜବତ

By Angul TV Bureau

April 18, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ଠାରେ ଗାଡ଼ି ଯାଞ୍ଚ ବେଳେ ପୁଲିସ ମଦ ପିଇ କାର ଚଲାଉଥିବା ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଛେଣ୍ଡିପଦା ଥାନା କୋଶଳା ଗ୍ରାମର ପ୍ରବଚନ ମାଝୀ।

ସୂଚନା ମୁତାବକ, ଠାକୁରଗଡ଼ ପୁଲିସ ବୁଧବାର ଦିନ ଠାକୁରଗଡ ଠାରେ ଗାଡ଼ି ଯାଞ୍ଚ କରିଥିଲା। ଏହି ସମୟରେ ମଦ୍ୟପାନ କରି କାର ଚଲାଉଥିବା ପ୍ରବଚନ ମାଝୀଙ୍କୁ ମାଡ଼ି ବସିଥିଲା ପୁଲିସ। ତାଙ୍କୁ ଯାଞ୍ଚ କରିବା ବେଳେ ମଦ ପିଇଥିବା ଜଣାପଡ଼ିଥିଲା। ପୁଲିସ ତାଙ୍କୁ ଗିରଫ କରିବା ସହ ତାଙ୍କ କାର (ଓଡି ୧୯ ଏମ୭୩୪୮)କୁ ଜବତ କରିଛି। ପୋଲିସ କହିଛି ଯେ ପ୍ରବଚନ ମଦ୍ୟ ପାନ କରି ଗାଡ଼ି ନେଇ ବଇଣ୍ଡାରୁ ଆଠମଲ୍ଲିକ ଯାଉଥିଲେ।