ମୁଖ୍ୟ ଖବର

ନାବାଳିକାକୁ ଅସଦାଚରଣ ଅଭିଯୋଗ: ଅଭିଯୁକ୍ତକୁ ୭ବର୍ଷ ଜେଲ ଦଣ୍ଡ ଓ ଜରିମାନା

By Angul TV Bureau

July 23, 2025

ଅନୁଗୁଳ: ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ ଫାଷ୍ଟ ଟ୍ରାକ କୋର୍ଟ ଜଣେ ଅଭିଯୁକ୍ତକୁ ୭ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ମୁତାବକ, ଗତ ୧୧. ୮. ୨୦୧୮ଦିନ ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ନାବାଳିକା ସ୍କୁଲରୁ ଘରକୁ ଫେରୁଥିବା ବେଳେ ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଷଳା ଗ୍ରାମ କଇଥ ଢିପ ସାହିର ପାଣ୍ଡବ ଦେହୁରୀ (୫୫) ତାଙ୍କୁ  ପ୍ରଲୋଭନ ଦେଖାଇ ନିଜ ଦୋକାନ ଭିତରକୁ ଡାକିନେଇ ଅସଦାଚରଣ କରିଥିଲେ। ଏବିଷୟରେ ନାବାଳିକା ଯାଇ ମା’ଙ୍କୁ କହିଥିଲା। ଏ ନେଇ ନାବାଳିକାର ମା’ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ପାଣ୍ଡବ ଦେହୁରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ ଫାଷ୍ଟଟ୍ରାକ୍ଟ କୋର୍ଟ ବିରଞ୍ଚି ନାରାୟଣ ମିଶ୍ର କେସର ଶୁଣାଣି କରି ୯ଜଣ ସାକ୍ଷୀ ପ୍ରମାଣ ଆଧାରରେ ଅଭିଯୁକ୍ତ ପାଣ୍ଡବ ଦେହୁରୀକୁ ୭ବର୍ଷ ଜେଲ ଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ତିନି ମାସ ଜେଲଦଣ୍ଡ ଶୁଣାଣି କରିଛନ୍ତି। ଏଥିସହ ପୀଡ଼ିତାକୁ ୩ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥ ରାଶି ପ୍ରଦାନ କରିବା ପାଇଁ ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଆଡିସନାଲ ତଥା ସ୍ୱତନ୍ତ୍ର ପିପି ପ୍ରଦୀପ କୁମାର ଭୂତିଆ ମାମଲା ପରିଚାଳନା କରୁଥିଲେ।