ମୁଖ୍ୟ ଖବର

ଯୁବତୀଙ୍କୁ ଦୁଷ୍କର୍ମ କରି ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗ, ଯୁବକ ଗିରଫ

By Angul TV Bureau

July 24, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହିତ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ କୁଣ୍ଢେଇଗଲା ଥାନା ଗମ୍ଭାରୀପାଳ ଗ୍ରାମର ରମାକାନ୍ତ ବେହେରା।

ସୂଚନା ମୁତାବକ, ରମାକାନ୍ତ ବାଗଡିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କ ଭିଡିଓକୁ ଭାଇରାଲ କରିଥିଲେ। ଏ ନେଇ କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ। ତେବେ ଦୀର୍ଘ ୨ ମାସ ପରେ ଯୁବତୀ ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏ ନେଇ ଯୁବତୀଙ୍କ ପରିବାର ଲୋକ ବାଗଡିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ l

ଏ ନେଇ ପୋଲିସ ମାମଲା ରୁଜୁ କରିବା ସହିତ ଯୁବତୀଙ୍କ ବୟାନକୁ ରେକର୍ଡ କରି ଘଟଣାର ତଦନ୍ତ କରିବା ସହିତ ବାଗଡିଆ ଥାନା କେସ ନଂ ୧୪୭/୨୪ ରେ ମାମଲା ରୁଜୁ କରି ନୂଆପଡା ଛକରୁ ରମାକାନ୍ତକୁ ପୋଲିସ ଗିରଫ କରିଛି। ଡାକ୍ତରୀ ମାଇନା ପରେ ରମାକାନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।