ମୁଖ୍ୟ ଖବର

ଶୌଚ ହେବାକୁ ଯାଇଥିବା ଦୁଇ ଭଉଣୀଙ୍କୁ ଅସଦାଚରଣ ମାମଲା, ଅଭିଯୁକ୍ତକୁ ୪ବର୍ଷ ଜେଲ୍ ଓ ଜରିମାନା

By Angul TV Bureau

March 21, 2025

ଅନୁଗୁଳ: ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଶୁକ୍ରବାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଅଭିଯୁକ୍ତକୁ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ମୁତାବକ, ଗତ ୧୨. ୧୨. ୨୦୨୧ଦିନ ନାବାଳିକା ଜଣକ ନିଜ ଭଉଣୀ ସହ ଘର ପାଖ ପଡ଼ିଆକୁ ଶୌଚ ପାଇଁ ଯାଇଥିଲା। ଏହାର ସୁଯୋଗ ନେଇ ସାନକେରେଜାଙ୍ଗ ଗ୍ରାମର ହଗୁରୁ ନାଏକ ସମ୍ପୃକ୍ତ ନାବାଳିକାକୁ ଅସଦାଚରଣ କରିଥିଲା। ଏହାକୁ ନାବାଳିକାର ଭଉଣୀ ପ୍ରତିବାଦ କରିବାରୁ ତାକୁ ମଧ୍ୟ ଖରାପ ବ୍ୟବହାର କରିଥିଲା। ପରେ କୌଶଳ କ୍ରମେ ୨ ଭଉଣୀ ଘଟଣାସ୍ଥଳରୁ ଖସି ଆସି ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ପରିବାର ଲୋକେ ନିଶା ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ହଗୁରୁ ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ବିରଞ୍ଚି ନାରାୟଣ ମିଶ୍ର ମାମଲାର ଶୁଣାଣି କରି ପୋକସୋ ଆକ୍ଟ ଅନୁଯାୟୀ ୧୦ ଜଣ ସାକ୍ଷୀ ପ୍ରମାଣ ଆଧାରରେ ଅଭିଯୁକ୍ତ ହଗୁରୁ ନାଏକକୁ ୪ ବର୍ଷ କାରାଦଣ୍ଡ ଶୁଣାଣି କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଏଥିସହ ପୀଡ଼ିତାକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ପ୍ରଦୀପ କୁମାର ଭୂତିଆ ମାମଲା ପରିଚାଳନା କରୁଥିଲେ।