ମୁଖ୍ୟ ଖବର

ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଓ ଜରିମାନା

By Biswaranjan Pattnaik

August 13, 2026

ଅନୁଗୋଳ: ଅନୁଗୋଳ ସହର ସିମିଳିପଡ଼ା ଅଞ୍ଚଳରେ ଘଟିଥିବା ଏକ ଶିଶୁ କନ୍ୟା ଦୁଷ୍କର୍ମ ମାମଲାରେ ଅଦାଲତ ଆଜି ଐତିହାସିକ ରାୟ ଶୁଣାଇଛନ୍ତି। ଅନୁଗୋଳ ଫାଷ୍ଟ ଟ୍ରାକ ଜଜ୍ ବିରଞ୍ଚି ନାରାୟଣ ମିଶ୍ର ଅଭିଯୁକ୍ତ କାଳିଆ ଓରଫ ସତ୍ୟବ୍ରତ ମିଶ୍ରକୁ ଆଜୀବନ ସଶ୍ରମ କାରାଦଣ୍ଡ ଏବଂ ୩୦ ହଜାର ଟଙ୍କା ଜରିମାନାଦେଶ ଦେଇଛନ୍ତି।

୨୦୨୫ ମସିହା ମେ’ ୧୯ ତାରିଖରେ ୭ ବର୍ଷୀୟା ନାବାଳିକାକୁ ପ୍ରଲୋଭିତ କରି ଏକ ନିଛାଟିଆ ସ୍ଥାନରେ ଯୌନ ନିର୍ଯାତନା ଦେଇଥିଲା। ପୀଡ଼ିତାଙ୍କ ମାଆଙ୍କ ଏତଲା ଅନୁସାରେ ଅନୁଗୋଳ ଥାନା ପୋଲିସ ତୁରନ୍ତ ମାମଲା ରୁଜୁ କରି ଦ୍ରୁତ ତଦନ୍ତ ସହ ଚାର୍ଜସିଟ୍ ଦାଖଲ କରିଥିଲା। ବୈଜ୍ଞାନିକ ପ୍ରମାଣ, ଡାକ୍ତରୀ ରିପୋର୍ଟ ଏବଂ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି କଠୋର ଦଣ୍ଡବିଧାନ କରାଯାଇଛି।ଏହାସହ ପୀଡ଼ିତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୭ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।