ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ୫୪ତମ ସାଧାରଣ ଅଧିବେଶନ ଆୟୋଜିତ

By Angul TV Bureau

August 15, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ୫୪ତମ ସାଧାରଣ ଅଧିବେଶନ ସ୍ଥାନୀୟ ମାରୁୱାଡି ଧର୍ମଶାଳାରେ ଅନୁଷ୍ଠିତ ହୋଇଛି। ଦୀପକ ବର୍ମାଙ୍କ ସଭାପତିତ୍ୱରେ ଆୟୋଜିତ ଅଧିବେଶନରେ ବରିଷ୍ଠ ସଦସ୍ୟ ପ୍ରଭାତ ପାଲିତ, ଅଶୋକ ମାଣ୍ଡୋଠିଆ, ସଭାପତି ଦୀପକ ବର୍ମା, ଉପସଭାପତି ସୁଭାଷ ଚନ୍ଦ୍ର ପ୍ରଧାନ, ସମ୍ପାଦକ ନୀଳାଞ୍ଚଳ ପ୍ରଧାନ, କୋଷାଧ୍ୟକ୍ଷ କମଳ ଅଗ୍ରୱାଲ, ପୂର୍ବତନ ସଭାପତି ଅଶୋକ କୁମାର ଜୈନ, ଫାଇନାନ୍ସସିଆଲ ହେଡ ଶେଖ ରଫିକ ପ୍ରମୁଖ ଉପସ୍ଥିତ ଥିଲେ।

ସଭାପତି ଦୀପକ ବର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ।

ସକାଳେ ସ୍ଥାନୀୟ ବଜାର ଛକ ଠାରେ ପତାକା ଉତ୍ତୋଳନ କରିଥିଲେ। ଅନୁଷ୍ଠାନର ଆଇନ ପରାମର୍ଶଦାତା ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବ୍ୟବସାୟୀ ଓ ଲୋକ ଯୋଗଦାନ କରିଥିଲେ।