ମୁଖ୍ୟ ଖବର

ନିଶାଡିଙ୍କ ନୂଆ ଆବିଷ୍କାର: ବୁଟରଫେନୋଲ ଇଞ୍ଜେକସନ

By Biswaranjan Pattnaik

July 07, 2026

ଅନୁଗୋଳ:  ଅନୁଗୋଳରେ କଫସିରପ ମଦ,ଗଞ୍ଜେଇ,ବ୍ରାଉନ ସୁଗାର ପରେ ନିଷିଦ୍ଧ ଡ୍ରଗ୍ସର କାରବାର ଦିନକୁ ଦିନ ବଢ଼ି ଚାଲିଛି ବିଶେଷକରି ଯୁବ ବର୍ଗ ଏହାର ଶିକାର ହେଉଛନ୍ତି। ନିଯୁକ୍ତି ନାହିଁ,ବେପାର ବଟା ନାହିଁ, ଏଣେ ଏକଲା ପଣ ସେମାନଙ୍କୁ ନିଶା ସେବନ ପାଇଁ ପଥ କଢ଼େଇ ନେଉଛି। ସଞ୍ଜ ନଇଁଲେ ଖୋଲା ପଡ଼ିଆ,ପରିତ୍ୟକ୍ତ ଘର,ନିଛାଟିଆ ପାର୍କ ଆଉ ଅନ୍ଧାରିଆ ଗଳି ରାସ୍ତାକୁ ସେମାନେ ବାଛି ନେଇଥାନ୍ତି ନିଶା ସେବନ ପାଇଁ। ଏଭଳି ସମୟରେ କିଛି ଅନ୍ଧାରିଆ ଗଳିରୁ ଏଟିଭି ହାତରେ ଲାଗିଥିଲା ଏହି ବୁଟରଫେନୋଲ ଇଞ୍ଜେକସନର ଖୋଳ।

ଅନୁସନ୍ଧାନରୁ ଜଣାପଡିଛି ଏହା ଏକ ନାର୍କୋଟି୍କ୍ ଆନାଲଜେଶିକ ପେନକିଲିଂ ସହ ଏହା ନିଶାର କାମ କରିଥାଏ। ତେବେ ଯୁବ ବର୍ଗ ଏସବୁ ଇଞ୍ଜେକସନ ପାଉଛନ୍ତି କେଉଁଠୁ? ଡ୍ରଗ୍ସ ନିରୀକ୍ଷକ ଏସବୁର ତଦନ୍ତ କରିବା କଥା। ଅନୁଗୋଳ ଯୁବ ବର୍ଗଙ୍କୁ ପଥ ଭ୍ରଷ୍ଟରୁ ଦୂରେଇବା ପାଇଁ ସହରକୁ ନିଶା ମୁକ୍ତ କରିବାକୁ ପଡିବ। ଏଥିପାଇଁ କେବଳ ପୋଲିସ ବା ଅବକାରୀ କର୍ତ୍ତୃପକ୍ଷ  ବା ଡ୍ରଗ୍ସ ନିୟନ୍ତ୍ରକ କିଛି କରିବୋରିବେ ନାହିଁ।ଅଭିଭାବକ ମାନଙ୍କ ମଧ୍ୟ ଏ କ୍ଷେତ୍ରରେ ଗୁରୁ ଦାୟିତ୍ୱ ରହିଛି। ସେମାନେ ପିଲା ମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବା ସହ ସେମାନଙ୍କୁ ମାର୍ଗ ଦର୍ଶନ କରିବାକୁ ପଡିବ ।